ଭୁବନେଶ୍ୱର (ଏଟଇଆର ବ୍ୟୁରୋ): ବହୁ ଦିନର ପ୍ରତିକ୍ଷା ପରେ ନନ୍ଦନନକାନରେ ଆନାକୋଣ୍ଡା ସାପ ପହଞ୍ଚିଛି । ନନ୍ଦନକାନନ ଦ୍ୱାରା ପୂର୍ବରୁ ୩ଥର ଅନାକୋଣ୍ଡା ଆଣିବାକୁ ଚେଷ୍ଟା କରାଯାଇଥିଲା । ହେଲେ ସେତେବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଫଳ ହୋଇଥିଲା । ତେବେ ଆଜି ସକାଳେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ସହ ୩ଟି ନାଇଳ କୁମ୍ଭୀର ନନ୍ଦନକାନନରେ ଆସି ପହଞ୍ଚିଛି । ଏହି ୮ଟି ଆନାକୋଣ୍ଡା ମଧ୍ୟରୁ ୪ଟି ଅଣ୍ଡିରା ଓ ୪ଟି ମାଇ ସାପ ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କହିବା ଅନୁସାରେ ଏହି ଆନାକୋଣ୍ଡାକୁ ମାଡ୍ରାସରୁ ଆଣିବା ପାଇଁ ସାତ ଦିନ ଲାଗିଥିଲା ।
ବର୍ତ୍ତମାନ ଏକ ଡାକ୍ତରୀ ଦଳ ସାପ ଉପରେ ନଜର ରଖିଛି । ତେବେ ଆନାକୋଣ୍ଡା ରହୁଥିବା ପରିବେଶ ଭଳି ଏକ ପରିବେଶ ତିଆରି କରାଯାଇଛି । ବର୍ତ୍ତମାନ ଏହି ଆନାକୋଣ୍ଡା ଗୁଡିକୁ କୁମ୍ଭୀର ଆଖଡାରେ ରଖାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ମଚାରୀ ମାନଙ୍କ ପାଇଁ ସବୁଠାରୁ ବଡ କଥା ହେଉଛି କିଭଳି ଆନକୋଣ୍ଡାର ଯତ୍ନ ନିଆଯିବ ଓ ସେମାନେ କିପରି ସୁସ୍ଥ ରହିବେ ତାହା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ତେବେ ଅନାକୋଣ୍ଡାକୁ ଦେଖିବା ପାଇଁ ନନ୍ଦନକାନରେ ଆଗକୁ ଭିଡ ଲାଗିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଶା କରିଛି ।