କଟକ(ଏଟିଆର ବ୍ୟୁରୋ):ଆଜି କମିସନରେଟ ପୋଲିସର ୮ ଟି ଇନସ୍ଫେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ପୋଲିସ ବାହିନୀରେ ମୋଟ ୩୦୧ ଜଣଙ୍କୁ ଡିଏସ୍ପି ପାହ୍ୟାକୁ ପଦେନ୍ନାତି ଦିଆଯାଇଥିବାର ସୂଚନା ମିଳିଛି । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏମାନଙ୍କ ମଧ୍ୟରୁ କିଏ କଟକରେ ରହିବ ଓ ଆଉ କେଉଁମାନେ ବାହାରକୁ ଯିବେ ଏନେଇ ଚର୍ଚ୍ଚା ଜୋର ଧରିଛି । କଟକ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।
କଟକ ଡିସିପି ଅଫିସର ଅପରାଧ ବିଭାଗର ଏସିପି ଯତୀନ ପଣ୍ତା ଓ ଏଚଆରପିସି ସୁଯୋଗ୍ୟ ମିଶ୍ରଙ୍କୁ ପଦୋନ୍ନତି ପାଇ ଏକ ମାସ ହେବ ଅନ୍ୟ ସ୍ଥାନକୁ ବଦଳି କରାଯିବା ସହ ପ୍ରଫୁଲ କୁମାର ଜେନାଙ୍କୁ ମଧ୍ୟ ୧୫ ଦିନ ହେବ ବଦଳି କରାଯାଇଛି । ଏହି ୩ ଟି ପଦବି ଖାଲି ପଡିଥିବାରୁ ଆଜି ୮ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଉ ୩ ଜଣଙ୍କୁ କେଉଁ ସ୍ଥାନରେ ନିଯୁକ୍ତି ମିଳିବ ଏନେଇ ଯୋଜନା ରହିଛି ।
ତେବେ ଏସଆଇ ବୋର୍ଡ ବସିବା ପରେ ଡିଏସପି ଏବଂ ଥାନା ଆଇଆଇସି କଟକରେ କିଏ ହେବ ଏନେଇ କୈାଣସି ସ୍ପଷ୍ଟ ହୋଇ ନାହିଁ । ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା କଟକ କମିସନରେଟ ପୋଲିସରେ ଆଇଆଇସି ଏବଂ ଡିଏସପି ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।