ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ ୫୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତକାଲି ଏହା ୮୦୦ ପାଖାପାଖି ପହଞ୍ଚି ଯାଇଥିଲା।କିନ୍ତୁ ଆଜି ଗତ ୨୪ଘଣ୍ଟା ମଧ୍ୟରେ ୮୭୯କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪୫୫୨୬ରେ ପହଞ୍ଚିଛି ।
ସମୁଦାୟ ୮୭୯ ପଜିଟିଭ୍ କେସ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧ଟି ରହିଛି ।ଖୋର୍ଦ୍ଧାରୁ ସର୍ବାଧ୍ଚଳ ୧୪୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଗତକାଲି ୧୧୮ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ତରଗଡରୁ ୧୩୧ ଜଣ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨ଜଣ, ବରଗଡ଼ ଜିଲ୍ଲାରୁ ୫୩ଜଣ, ଭଦ୍ରକ ଜିଲ୍ଲାରୁ ୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୦ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ଜଣ, କନ୍ଧମାଳ ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୪ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ଜଣ, ଲେଖାଏଁ ଚିହ୍ନଟ ହୋଇଛନ୍ତି ।