ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ସହିଦ ନଗର ପୋଲିସର ବଡ ସଫଳତା । ଶୁକ୍ରବାର ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨୫ଟି ମୋବାଇଲ,୪ଟି ବାଇକ ଏବଂ ଦୁଇଟି ସୁନା ଚେନ ଜବତ କରିଛି ପୋଲିସ । ଏହି ଲୁଟେରାଙ୍କ ସହ ଆଉ କାହାର ଲିଙ୍କ ଅଛି ଜାଣିବା ପାଇଁ ଜଣ ଜଣ କରି ଜେରା କରୁଛି ପୋଲିସ । ତେବେ ୮ ଜଣ ଲୁଟେରାଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣା ପଡିଛି । ପ୍ରେମିକାର ବିଭିନ୍ନ ଦାବି ପୂରଣ କରିବାକୁ ଯାଇ ଏପରି ଲୁଟରେ ସାମିଲ ହୋଇଥିବା ମାନିଛି ଦୁର୍ବୃତ୍ତ ।
ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ରାଜଧାନୀରେ ଲୁଟ କରିବା ଆସୁଥିଲେ । ଏମାନେ ମୁଖ୍ୟତଃ ମଣିଙ୍ଗ ୱାର୍କରେ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ଏବଂ ସନ୍ଧ୍ୟା ସମୟରେ ମୋବାଇଲରେ କଥା ହେଉଥିବା ସମୟରେ ଝାମ୍ପି ଫେରାର ହେବା ସହ ଜନ ଗହଳି ଥିବା ଜାଗାରେ ପକେଟ ମାର ମଧ୍ୟ କରନ୍ତି । ଏହି ଗ୍ୟାଙ୍ଗ ରାଜଧାନୀର ବହୁ ଜାଗାର ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ତେବେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏମାନଙ୍କ ଉପରେ ନଜର ରଖୁଥିଲା । ଆଜି ଏମାନେ ଲୁଟ କରିବା ପାଇଁ ଯାଉଥିବା ବେଳେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି ।