ବରଗଡ (ଏଟିଆର ବ୍ୟୁରୋ); ଗୋପପୁର ଛାଡି ମଥୁରାକୁ ଯିବେ କୃଷ୍ଣ ଏବଂ ବଳରାମ । ମାମୁଁ କଂସରାଜ କରୁଛନ୍ତି ଧନୁଯାତ୍ରା । ଏଣୁ ଦୁଇ ଭଣଜାଙ୍କୁ ମାରିବା ଚକ୍ରାନ୍ତରେ ନିମନ୍ତ୍ରଣ କରିଛନ୍ତି । ଅକୃର ଯାଇଛନ୍ତି ଗୋପପୁରକୁ ଆଣିବା ପାଇଁ । ଏଭଳି ଦ୍ୱାପର ଯୁଗର ନୀଳାଖେଳାରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଶୁ୍କ୍ରବାର ହେଉଛି ଅଷ୍ଟମ ଦିନ । ଆଜି ଗୋପପୁର ଛାଡି ମଥୁରାକୁ ଯିବା ପାଇଁ ବାହାରିବେ ଦୁଇ ଭାଇ । ଏଣୁ ଗୋପପୁରରେ ଖାଲି କୃଷ୍ଣମୟ ହୋଇଛି ।
ସପ୍ତମ ଦିନରେ ଗୋପପୁରରେ ରାଧା କୃଷ୍ଣଙ୍କର ନାବକେଳି, ଗୋପୀ ଦହିବିକା ଇତ୍ୟାଦି ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଯାହାକୁ ଉପଭୋଗ କରିବା ସହ ଭଗବାନଙ୍କ ଲିଳା ଦେଖି ଧନ୍ୟମନେ କରିଛନ୍ତି ଭକ୍ତ । ଆଜି ଯମୁନା ନଇ କୂଳରେ କୃଷ୍ଣପାଦ ଦର୍ଶନର ଦୃଶ୍ୟ ଅଭିନୀତ ହେବ । ଏଣୁ ଆଜି ଭକ୍ତଙ୍କ ଗହଳି ଲାଗିବ ବୋଲି ଆଶା କରାଯାଇଛି । ସେପଟେ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ବରଗଡ ସହର । ଚକମକ ଲାଇଟରେ କମ୍ପୁଛି ପୂରା ମଥୁରା ନଗରୀ । ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି ଦର୍ଶକଙ୍କ ଭିଡ ।