ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲରୁ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ପଜେଟିଭଙ୍କ ମଧ୍ୟରୁ ୯ ଜଣ ଭୁବନେଶ୍ୱରରୁ ଅଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ ୩ ଜଣ କରୋନା ଯୋଦ୍ଧା ଓ ୨ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି ।
ତେବେ ଆସନ୍ତୁ ନଜରରେ ପକାଇବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଉପରେ
• ଆଜି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ୨୯ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ବିହାରରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ଏୟାରପେଟ ନିକଟରେ ଥିବା ଭୀମପୁର ନିକଟରୁ ଜଣେ ୪୬ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଭୀମପୁର ୟୁନିଟ-୬ ନିକଟରୁ ଜଣେ ୨୩ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ କଲିକତାରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ସାଲିଆ ସାହିରୁ ଜଣେ ୧୯ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବାର ଜଣାପଡିଛି । ସେ ମଧ୍ୟ ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ୩ ଜଣ କରୋନା ଯୋଦ୍ଧା ଆଜି ସଂକ୍ରାମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଯାଥାକ୍ରମେ ୩୬ ଓ ୩୭ ବର୍ଷ ଓ ଜଣେ ମହିଳା ୩୦ ବର୍ଷୀୟ ମହିଳା ଅଛନ୍ତି ।
• ସେହିଭଲି ଗାଢକଣ ମହିମା ନଗର ଅଞ୍ଚରରୁ ଗୋଟିଏ ପରିବାରରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ ୫୩ ବର୍ଷୀୟ ମହିଳା ହୋଇଥିବା ବେଳେ ଆଉ ଜଣେ ୧୪ ବର୍ଷୀୟ ଯୁବକ ରହିଛନ୍ତି । ନିକଟରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ କରୋନା ହୋଇଥିଲା । ଏମାନେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।
• ସେହିଭଲି ଆଜି ଡମଣା ରୁ ଜଣେ ୨୫ ବର୍ଷୀୟ ପୁରୁଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନା ଯୋଗ୍ୟ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଟି ସକ୍ରିୟ କେସ୍ ରହିଛି । ସେହିଭଲି ୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୪ ହଜାର ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।