ଯାଜପୁର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଧଳା ଜହର ( ବ୍ରାଉନ ସୁଗାର ) ବ୍ୟବସାୟୀ ମାନେ ସେମାଙ୍କର କାୟାବିସ୍ତାର କରୁଛନ୍ତି । କେତେବେଳେ ଫଏଲ ପେପରରେ ଦଉଛନ୍ତି ତ ପୁଣି କେତେବେଳେ ଦିଆସିଲି ଖୋଳ ଓ ସିଗାରେଟ ଖୋଳକୁ କରୁଛନ୍ତିି ମାଧ୍ୟମ । ଯାଜପୁର ପାଣିକୋଇଲି ଅଞ୍ଚରୁ ସେମିତି ଜଣେ ବ୍ୟବସାୟୀକୁ ଧରିଛି ପୋଲିସ । କଟକ ଫ୍ଲାଇଂ ସ୍କ୍ୱାଡ ଏବଂ କଟକ ଅବକାରୀ ବିଭାଗର ମିଳିତି ଚଢାଉରେ ପାଣିକୋଇଲି ପାଖ ଅଞ୍ଚଳରୁ ୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।
ଯାହାର ମୂଲ୍ୟ ପାଖାପାଖି ୧୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସୁଜିତ ଧଳ ଓ ଆଶିଶ ପରିଡା ନାମକ ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଯୁବକ ଦୁଇ ଜଣ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ଦିଆସିଲ ଖୋଳ ଓ ସିଗାରେଟ ପ୍ୟାକେଟ ରେ ବୟବେପାର କରୁଥିବା ପୋଲିସ କହିଛି । ଅନ୍ୟପଟେ ରାଜଧାନୀ ଉପକଣ୍ଠ ହଳଦୀ ପଡିଆରୁ ମଧ୍ୟ ପୋଲିସ ଆଜି ୪୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ବେପାର କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ମଳିଥିବା ବ୍ରାଉନସୁଗାରର ମୂଲ୍ୟ ୪ ଲକ୍ଷ ୫୦ ହଜାର ହେବ ।