ବ୍ରହ୍ମପୁର ( ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେଲେ ଜଣେ ୯୫ ବର୍ଷୀୟ ବୃଦ୍ଧ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ଏହି ବୟସ୍କ ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ସୋରାଡା ବ୍ଲକ ଚାକୁଣ୍ଡା ଗାଁର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ ।
ଯେତେବେଳେ କରୋନାରେ ଯୁବ ବୟସ୍କମାନେ ବି ହାରି ଯାଉଛନ୍ତି ସେତେବେଳେ ୯୫ ବର୍ଷ ବୟସର ଜଣେ ବୟସ୍କ ବ୍ୟକ୍ତି ସୁସ୍ଥ ହେବା ଖୁବ ବିରଳ ।
Congratulations to nonagenarian Udayanath Bisoyi from Ganjam district on successfully winning the battle against #COVID19. Your win will inspire others to stay strong as #Odisha fights this pandemic.#OdishaFightsCorona https://t.co/mBRBvw5zp3
— CMO Odisha (@CMO_Odisha) July 21, 2020
ଶ୍ରୀ ବିଷୋୟୀ ଟାଟା ହସ୍ପିଟାଲରେ ଚିକିତ୍ସିତ ହୋଇ ଗତ ୧୮ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୂର୍ବରୁ ମଧ୍ୟ କନ୍ଧମାଳ ଜିଲ୍ଲାରୁ ଜଣେ ୮୧ ବର୍ଷୀୟ କରୋନା ସଂକ୍ରମିତ ବୟସ୍କ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିଲେ । କରୋନାକୁ ମାତ ଦେବା ପରେ ଏବେ ଉଦୟନାଥ ବିଷୋୟୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଉଦୟନାଥଙ୍କ ସୁସ୍ଥତା ପାଇଁ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।