ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆରମ୍ଭ ହେଲା ସୁନ୍ଦରଗଡ଼ରେ ବାଇକ ଆମ୍ବୁଲାନ୍ସ ସେବା ।ଦୁର୍ଗମ ଅଂଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିବା ପାଇଁ ସୁବିଧା ହେବ । ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରଥମେ ଏହାର ଶୁଭାରମ୍ଭ କରିଥିଲେ । ବିଶେଷକରି ଯେଉଁ ଅଂଚଳକୁ ସାଧାରଣ ଆମ୍ବୁଲାନ୍ସ ଯିବାରେ ସମସ୍ୟା ହୁଏ, ସେଠାରେ ପହଂଚିବ ଏହି ବାଇକ୍ ଆମ୍ବୁଲାନ୍ସ । ଦୁର୍ଗମ ଅଂଚଳର ରୋଗୀମାନେ ଏହି ଆମ୍ବଲାନ୍ସ ସେବା ପାଇବେ ।