ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୦ ତାରିଖ ବେଳକୁ ଲଘୁଚାପର ରୂପ ନେବ । ୪୮ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଦକ୍ଷୀଣପୂର୍ବ ପାଶ୍ୱର୍ବର୍ତ୍ତି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବା ପରେ ଏହା ପରବର୍ତ୍ତି ମୁହୂର୍ତ୍ତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏଥିରେ ଉପକୂଳ, ଦକ୍ଷୀଣ, ଅଭ୍ୟାନ୍ତରୀଣ ଓଡିଶା ପ୍ରଭାବିତ ହେବ । କିନ୍ତୁ ବାତ୍ୟା ହେବ କି ନାହିଁ ତାହା ୨୦ ତାରିଖ ବେଳକୁ ସ୍ପଷ୍ଟ ହେବ । ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।