କଟକ (ଏଟିଆର ବ୍ୟୁରୋ): ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିରଳ ପ୍ରଜାତିର ମାଛ । ମାଛଟିର ଓଜନ ୨କ୍ୱିଣ୍ଟାଲ ରହିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାର ନିଆଳି ଅଞ୍ଚଳର କିଛି ମତ୍ସ୍ୟଜୀଜୀ ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟ ଠାରେ ମାଛ ଧରିବା ପାଇଁ ଜାଲ ପକାଇଥିବା ବେଳେ ତାଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛଟି ପଡିଥିଲା । ଏହି ବିରଳ ପ୍ରଜାତିର ମାଛଟି ବଡ ଶାଙ୍କୁଚ ମାଛ ହୋଇଥିବା ବେଳେ ଏହାର ଓଜନ ଦୁଇ କ୍ୱିଣ୍ଟାଲ ରହିଛି ।
ଏହି ବିରଳ ପ୍ରଜାତିର ମାଛ ଧରାପଡିବା ଖବର ପ୍ରଚାରିତ ହେବା ମାଛଟିକୁ ଦେଖିବା ପାଇଁ ଲୋଙ୍କ ଭିଡ ଜମିଛି । ଅନ୍ୟପଟେ ଏହି ବିରଳ ପ୍ରଜାତିର ମାଛ ସଂମ୍ପର୍କରେ ଜଙ୍ଗଲ ବିଭାଗକୁ ସଙ୍ଗେ ସଙ୍ଗେ ଖବର ମଧ୍ୟ ଦିଆଯାଇଛି । ତେବେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ସାରିବା ପରେ ଏହି ବିରଳ ମାଛଟିର ସମ୍ପର୍କରେ ନିଷ୍ପତି ନିଆଯିବା ସହ ମାଛଟିକୁ ପାଣିରେ ଛଡା ଯିବ ନା ଅନ୍ୟ କେଉଁଠିକି ସ୍ଥାନାନ୍ତରଣ କରାଯିବ ତାହା ସ୍ଥିର କରାଯିବ ବୋଲି ଜଣାପଡିଛି ।