ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନିକିଆ ବରଗଡ ଗ୍ରସ୍ତରେ ସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଦର୍ଶନ କରିଛନ୍ତି । ସମ୍ବଲେଶ୍ୱରୀଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିଦର୍ଶନ କରିଛିନ୍ତି । ମନ୍ଦିରର ସମସ୍ତ ସ୍ଥିତି ଅନୁଧ୍ୟାନ କରିସାରିବା ପରେ ଏକ ଏକ୍ସପର୍ଟ ଟିମ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ସମ୍ବଲେଶ୍ୱରୀ ମନ୍ଦିରା ବିକାଶ ନିମନ୍ତେ ଏକ ବିଶେଷଜ୍ଞ ଟିମ ଗଠନ ହେବା ନେଇ ପ୍ରତିଶୃତି ପ୍ରଦାନ କରିଛନ୍ତି ।
ଏହି ଏକସପର୍ଟ ଟିମ ମନ୍ଦିର ଉପରେ ସମୀକ୍ଷା କରିବା ସହ ବିକାଶର ପ୍ରସ୍ତାବ ଓ ଅଟକଳ ରିପୋର୍ଟ ଦେବେ । ଟିମର ସର୍ଭେ ପରେ ଆଗକୁ କେଉଁ ବିକାଶ ହେବ ତାହାର ରୂପରେଖ ପ୍ରସ୍ତୁତ ହେବ । ଅନ୍ୟପଟେ ହୀରାକୁଦରେ ପର୍ଯ୍ୟଟନର ବିକାଶ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ହୀରାକୁଦକୁ ଅର୍ନ୍ତଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି । ହୀରାକୁଦରେ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ଓ୍ୱଟର ସ୍ପୋର୍ଟସ ଗାର୍ଡେନ୍ ପ୍ରତିଷ୍ଠା କରାଯିବ । ଏହା ସହ କନ୍ଭେନ୍ସନ୍ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ।