ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଆ ସଂସ୍କୃତ ଓ ପରମ୍ପରା ଆଧାରାରେ ଉନ୍ମୋଚିତ ହେଲା ‘ଏ ଜାତି ଓଡିଆ,ଏ ଜାତି ଓଡିଆ’ । ଏହି ସଙ୍ଗୀତକୁ ରାଜଭବନରେ ଉନ୍ମୋଚିତ କରିଛନ୍ତି ପ୍ରଫେସର ଗଣେଶୀ ଲାଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟମ ଉପସ୍ଥିତ ଥିଲେ ।
ଆଜିର ଦିନରେ ଭାଷାଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠିତ ଲାଭ ହୋଇଥିବା ଓଡିଶାକୁ ପୁଣି ଥରେ ମନେପକାଇ ଦେଇଛି ଏହି ଗୀତ । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବାର୍ତ୍ତା ରହିଛି ।ଏହି ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଏବଂ ରାଜ୍ୟରେ ଅନେକ ସୁନାମଧନ୍ୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ମ୍ୟୁଜିକ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ୧୪ ଜଣ କଳାକାର ନଜର ଆସିବେ ।