ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିଜୁ ପଟ୍ଟନାୟଙ୍କୁ ମିଳିଲା ଇଣ୍ଡୋନେସିଆର ସମ୍ମାନ । ନୂଆଦିଲ୍ଲୀ ଦୂତାବାସ ରେ ଏକ କକ୍ଷକୁ ବିଜିବାବୁଙ୍କ ନାମରେ ନାମିତ କରାଯାଇଛି । କୋଠରିର ଗୋଟେ ପାଶ୍ୱରେ ଇଣ୍ଡୋନେସିଆର ମୁକ୍ତିଯୁଦ୍ଧରେ ବିଜୁବାବୁଙ୍କ ବିଷୟରେ କିଛି ତଥ୍ୟ ଓ ଅନ୍ୟ ଏକ ପାଶ୍ୱର୍ରେ ଦୁତାବାସର କର୍ମଚାରୀଙ୍କ ପାଇଁ ଏକ ସଭାକକ୍ଷ ରହିବ ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ହାଇକମିସନର ସିଦ୍ଧାର୍ଥ ରେଜା ସୂର୍ୟ୍ୟ ଦିପୁର, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠପୁତ୍ର ପ୍ରେମ ପଟ୍ଟନାୟକ, ନାତି ଅରୁଣ ପଟ୍ଟନାୟକ ଏବଂ ଆବାସିକ କମିଶନର ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
କୋଠରୀରେ ବିଜୁପଟ୍ଟନାୟଙ୍କ ବୀରତ୍ୱ ସହ ଯୋଡି ହୋଇରହିଥିବା କିଛି ତଥ୍ୟ ରଖାଯିବ । ଏହା ସହ ଦୁତାବାସ ପକ୍ଷରୁ ମଧ୍ୟ କିଛି କାର୍ଯ୍ୟକ୍ରମ ଆୟୋଜିତ ହେବ । ଗତବର୍ଷ ଫେବ୍ରୁଆରି ୨୭ରେ ଇଣ୍ଡୋନେସିଆ ଦୂତାବାସ ତାଙ୍କ ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କିତ ୧୫ଟି ବିରଳ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲା ।