ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ହୃଦରୋଗୀଙ୍କ ଚିକିତ୍ସା ଠିକ ଭାବରେ ହୋଇପାରୁ ନାହିଁ । ତେଣୁ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ଆଜିି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି ।
ଏଥିରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଡାକ୍ତର ପି.କେ ଦାସ ଏହି ସ୍ୱତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ହୋଇଛନ୍ତି । ଏହି ସ୍ୱତନ୍ତ୍ର ୱାର୍ଡରେ ଦିନକୁ ୧୫ରୁ ୨୦ ଜଣ ରୋଗୀଙ୍କ ଅପରେସନ ହୋଇପାରିବ ବୋଲି ସୂଚନା ମିଳିଛି । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି ।