ଭୁବଦେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ବନ୍ଦ ରହିବ ସମସ୍ତ ଆହାର କେନ୍ଦ୍ର । କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ବାଦ୍ ଦେଲେ ରାଜ୍ୟରେ ଥିବା ଅନ୍ୟ ସମସ୍ତ ଆହାର କେନ୍ଦ୍ର ବନ୍ଦ ରହିବ । ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରହିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ଅତିରିକ୍ତ ସଚିବ । ସତର୍କତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ, ଦ୍ରୁତ ଗତିରେ କରୋନା ବ୍ୟାପୁୁ ଥିବାର ଦେଖି ରାଜ୍ୟରେ ସମ୍ପୂର୍ଣ୍ଣ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ଘରୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସତର୍କତା କରାଯାଉଛି । ଏହାସହିତ ଗୋଟେ ପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଉଛି ।