ଯାଜପୁର (ଏଟିଆର ବ୍ୟୁରୋ) ; ଚାଳ ଘରୁ ପକ୍କା ଘରେ ରହିବା ପାଇଁ ସରକାର ଗରୀବଙ୍କ ପାଇଁ କରିଛନ୍ତି ଆବାସ ଯୋଜନା । କିନ୍ତୁ ଦଲାଲଙ୍କ ପାଇଁ ପ୍ରକୃତ ହିତାଧିକାରୀ ଏହାର ଫାଇଦା ପାଇପାରୁ ନାହାଁନ୍ତି । ଯୋଜନା ନାଁରେ କୋଟି କୋଟି ଟଙ୍କାର ହେରଫେର କରୁଛନ୍ତି କେତେଜଣ ଅସାଧୁ ଲୋକ । ସ୍ଥାନୀୟ ବିଞ୍ଜାର ପୁର ବ୍ଳକରେ ୧୯୮୫ ମସିହା ଠାରୁ ୨୦୧୮ ଫେବୃୟାରୀ ମାସ ସୁଦ୍ଧା ପ୍ରାୟ ୨୫୦୦୦ରୁ ଉର୍ଦ୍ଧ ବଣ୍ଟା ଯାଇଥିବା ବେଳେ ସେଥିରୁ ୬୦ ପ୍ରତିଶତ ଗୃହ ହଡପ ହୋଇଥିବା ଅଭିଯୋଗ ହୋଇଥିଲା ।
ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଆଜି ଯାଜପୁର ଜିଲ୍ଲା ବିଂଜାରପୁର ବ୍ଳକର ବିଭିନ୍ନ ପଞ୍ଚାୟତରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ପାଞ୍ଚଜଣିଆ ଟିମ ବୁଲି ଯାଞ୍ଚ କରିଛନ୍ତି । ପ୍ରାଥମିକ ତଦନ୍ତ ପାଇଁ ଆବଶ୍ୟକୀୟ କାଗଜପତ୍ର ଯୋଗାଇଦେବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଗାଯାଇଛି । ତଦନ୍ତ ପରେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଯୁଗ୍ମ ସଚିବ ।