ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶେଷରେ କ୍ଷମା ମଗିଲେ ଅଭିଜିତ । ଓଡିଶାର ବିଧାୟକଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ହରଡଘଣାରେ ପଡିଥିବା ଅଭିଜିତ ଆୟର ମିତ୍ର ଆଜି କ୍ଷମା ମାଗିଛନ୍ତି । ସେ ନିଜ କ୍ଷମା ପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ତେବେ ତାଙ୍କ କ୍ଷମାପତ୍ରକୁ ବିଧାନସଭା ସଚିବଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି ।
ଖବର ଅନୁସାରେ ,ଅଭିଜିତଙ୍କ ନାମରେ ଆସିଥିଲା ସ୍ୱାଧିକାର ଭଙ୍ଗ ଅଭିଯୋଗ । ଓଡିଶାର ବିଧାୟକଙ୍କ ସମ୍ପର୍କରେ ବିବାଦୀୟ ଓ ଅରୁଚିକାର ମନ୍ତବ୍ୟ ଦେବା କାରଣରୁ ତାଙ୍କ ନାମରେ ସ୍ୱାଧିକାର ଭଙ୍ଗ ଆଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ ଆଜି କ୍ଷମା ମାଗିଛନ୍ତି ଅଭିଜିତ । ଅନ୍ୟପଟେ ଆଜି ଅଭିଜିତଙ୍କୁ ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । କିନ୍ତୁ ସେ ଆଜି ନିଜ ଦୋଷ ସ୍ୱିକାର କରି କ୍ଷମାପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇଦେଇଛନ୍ତି ।
ପୂର୍ବରୁ ଓଡିଶା ତଥା ଓଡିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟର । ଖାଲି ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ସମ୍ପର୍କରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ସାଧାରଣରେ ଆସନ୍ତୋଷ ଦେଖାଯାଇଥିଲା । ସେ ସମୟରେ ଅଭିଜିତଙ୍କୁ ତୁରନ୍ତ ଗିରଫ ଦାବି ମଧ୍ୟ କରିଥିଲେ ସାଧାରଣ ଲୋକେ । ତେବେ ତାଙ୍କୁ ଗତ ସେପ୍ଟେମ୍ବର ୨୦ ତାରିଖରେ ଦିଲ୍ଲୀରୁ ଗିରଫ କରିଥିଲା ଓଡିଶା ପୋଲିସ । କିନ୍ତୁ ପରେ ସେ ଜାମିନରେ ଛାଡ ପାଇଯାଇଥିଲେ ।