ନୟାଗଡ (ଏଟିଆର ବ୍ୟୁରୋ); ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଲୁଣିସରା ଗ୍ରାମ ନିକଟରେ ଘଟଇଛି ଏଭଳି ଦୁର୍ଘଟଣା । ଅଟୋ କାର ମୁହାଁ ମୁହିଁ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଚାଲିଗଲା ଅଟୋ ଡ୍ରାଇଭରଙ୍କ ଜୀବନ । ମୃତକ ଜଣକ ଜଗନ୍ନାଥ ପ୍ରସାଦ ତେଲକୋଇ ଅଞ୍ଚଳର ବୋଲି ଜଣା ପଡିଛି । ନୂଆଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଶୁକ୍ରବାର ସକାଳ ୧୧ ସମୟରେ ୫୭ ନମ୍ବର ଜାତୀୟ ରାଜପଥରେ ଦଶପଲ୍ଲା ପଟୁ ଆସୁଥିବା ଏକ କାର ଅଟୋ ସହ ଦୁର୍ଘଟଣା ହୋଇଥିଲା । କାରର ସ୍ପିଡ ଜୋର ଥିବାରୁ ଭାର ସାମ୍ୟ ହରାଇ ଅଟୋରେ ମାଡ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ଘଟଣାସ୍ଥଳରେ ଥିବା ସ୍ଥାଳନୀୟ ଲୋକ ଅଟୋରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଜୋରରେ ମାଡ ହୋଇଥିବାରୁ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ସେପଟେ କାରର ଆଗ ପଟ ମଧ୍ୟ ଭାଙ୍ଗି ଯାଇଛି । କିନ୍ତୁ କାରରେ ବସିଥିବା ଲୋକଙ୍କର କୌଣସି କ୍ଷତି ହୋଇ ନାହିଁ ।