ନବରଙ୍ଗପୁର ( ଏଟିଆର ବ୍ୟୁରୋ) : ଆମ୍ବୁଲାନ୍ସ ନେଲା ଜୀବନ । ଧକ୍କା ଦେଲା ଆମ୍ବୁଲାନ୍ସ । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କର୍ଷାମୁଡା ଅଞ୍ଚଳରେ । ଖବର ମୁତାବକ ଆଜି ସକାଳେ ଏହି ଦୁର୍ଘଟଣା ହୋଇଛି । ଆଜି ସକାଳେ ଏକ ମଟର ସାଇକେଲରେ ଦମ୍ପତ୍ତି କୌଣସି ଏକ କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗାଡିରୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁହେଁ ତଳେ ପଡି ଯାଇଥିଲେ ।
ମହିଳାଙ୍କ ପଛ ମୁଣ୍ଡ ରାସ୍ତାରେ ମାଡ ହେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ସ୍ୱାମୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆମ୍ବୁଲାନ୍ସଟି ଧକ୍କା ଦେବା ପରେ ଘଟଣା ସ୍ଥଳରୁ ଚାଲି ଯାଇଥିବା ଜଣା ପଡିଛି । ଆହତ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ।