ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୈନିକ ମାମଲା ହୁ ହୁ ହୋଇ ହୋଇ ବଢି ଚାଲିଛି । ଏନେଇ ଆଜି ଅପରାହ୍ନ ୪ ଟା ୩୦ ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରି ପାରନ୍ତି ବୋଲି ସୂଚନା ରହିଛି ।
ରାଜ୍ୟରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ଆଠ ହଜରେ ଟପିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି ହେଲେ କିଛି ଅମାନିଆ କୌଣସି କୋଭିଡ ନିୟମ ମାନୁ ନାହାନ୍ତି । ଯାହାଫଳରେ ସଂକ୍ରମଣ ବ୍ୟାପୁଥିବାର ଦେଖିବାକୁ ମିଳୁଛି । ଏପରିକି ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ହେଉଥିବାର ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ରହିଛି ।