ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିଷ୍ଠୁରତା ଓ କଠୋର କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱ ଅବଗତ ରହିଛି । କିମଙ୍କ ଏବେ ପୁଣି କଠୋର ନିର୍ଦ୍ଦେଶ ବାବଦରେ ଜରାପଡ଼ିଛି । ଉତ୍ତର କୋରିଆର ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି କରି ମାରିଦିଆଯିବା କଥା ସାମ୍ନାକୁ ଆସିଛି ।
ଉତ୍ତର କୋରିଆରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଡ଼ା ପ୍ରତିବନ୍ଧକ ରହିଛି । ତାହା ହେଉଛି ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉଛି ।ନଭେମ୍ବର ୨୮ ରେ ଉତ୍ତର କୋରିଆର ସୈନ୍ୟମାନେ କରୋନା ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ କିମଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିଲେ ।
କରୋନା କଟକଣା ପାଇଁ ସୀମାରେ ପ୍ରତିବନ୍ଧକ ଜାରି ହୋଇଥିବା ସତ୍ତେ୍ୱ ଏହି ବ୍ୟକ୍ତି ଜଣକ ଚୀନ ସାମଗ୍ରୀ ଉତ୍ତର କୋରିଆକୁ ଚୋରା ଚାଲଣ କରି ବିକ୍ରି କରୁଥିଲେ । ଏହି ପ୍ରତିବନ୍ଧକକୁ ଭାଙ୍ଗିଥିବାରୁ ତାଙ୍କୁ ଗୁଳି କରାଯାଇଥିଲା ।