ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ଭୁବନେଶ୍ୱର ମହାନଗର ନିଗମ କମିସନର । ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ଯାଇ ଆବର୍ଜନା ଯାଞ୍ଚ କରିବା ସହ ଯେଉଁମାନେ ଆବର୍ଜନା କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନାନୁଯାୟୀ ଆଜି ମହାନଗର ନିଗମ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଚାନକ ସହର ବୁଲି ଆବର୍ଜନା ଯାଞ୍ଚ କରିଥିଲେ । କମିସନର କଳ୍ପନା ଛକରୁ ରବି ଟକିଜ ଯାଏଁ ବିଭିନ୍ନ ଅଞ୍ଚଳ ବୁଲି ସମସ୍ତ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।
ରାସ୍ତା କଡରେ ଥିବା ବେଆଇନ ବ୍ୟବସାୟୀଙ୍କୁ ହଟାଇବା ସହ, ରାସ୍ତା କଡରେ ପଡିଥିବା ଆବର୍ଜନାକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ କିଛି ଦିନ ତଲେ ଆକ୍ସନ ମୁଡରେ ଆସି ବିଏମସି କର୍ମଚାରୀମାନେ କମିସନରଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବ୍ୟବସାୟୀ ଜଣକ ଦୋକାନର ସମସ୍ତ ଅଳିଆକୁ ବାହାରେ ଫୋପାଡି ଥିବାରୁ ,ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଥିଲେ ବିଏମସି କର୍ମଚାରୀ । ଆଜି କମିସନ ଭୁବନେଶ୍ୱର ମହାନଗରର ଏକାମ୍ର କ୍ଷେତ୍ରରେ ସଫେଇ କରିବା ସହ ଜବରଦଖଲ ଉଚ୍ଛେଦ ଓ ପ୍ଲାଷ୍ଟିକ ଜବତ କରିଥିଲେ । ଏହାସହ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଜନସାଧାରଣଙ୍କୁ ଅଳିଆ ଆବର୍ଜନା ନକରିବାକୁ ତାଗିତ କରିଥିଲେ ।