କଟକ(ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ । ସୁପ୍ରିମକୋର୍ଟ କଲିଜିୟମ ଆଇନଜୀବି ସାବିତ୍ରୀ ରଥଙ୍କ ନାଁରେ ମୋହର ମାରିଛନ୍ତି । ଗତକାଲି ଅନୁଷ୍ଠିତ ଏକ ବୈଠକରେ ରେକର୍ଡକୁ ଅନୁଶୀଳ କରି ସୁପ୍ରିମକୋର୍ଟ କଲିଜିୟମ ହାଇକୋର୍ଟଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ଏହି ବୈଠକରେ ସାବିତ୍ରୀ ରଥଙ୍କୁ ବିଚାରପତି ପଦବୀ ଦେବା ପାଇଁ ନିଷ୍ପତି ନିଆଯାଇଛି ।
ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଥିବା ସୁପ୍ରିମକୋର୍ଟ ତତ୍କାଳୀନ କଲିଜିୟମ ବୈଠକରେ ଦୁଇ ଜଣ ଆଇନଜିବୀଙ୍କ ନାଁରେ ମୋହର ବାଜିଥିଲା । ତେବେ ସେତେବେଳେ ସାବିତ୍ରୀ ରଥଙ୍କ ସଂପର୍କରେ ନିଷ୍ପତିକୁ ସ୍ଥଗିତ ରଖାଯାଇଥିଲା ।ଆଜି ସାବିତ୍ରୀଙ୍କ ନାଁରେ ମୋହର ଲଗାଯାଇଛି । ଏବେ ସାବିତ୍ରୀ ଓଡିଶା ହାଇକୋର୍ଟରେ ବରିଷ୍ଠ ଆଇନଜୀବି ଭାବେ କାର୍ଯ୍ୟ କରୁଛନ୍ତି । ସାବିତ୍ରୀଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ୱେବସାଇଟରେ ସୂଚନା ଦିଆଯାଇଛି ।