ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୋ ସ୍କୁଲ ପରେ ଏବେ ମୋ କଲେଜ । ମୋ କଲେଜରେ ସାମିଲ ହେବ ବିଶ୍ୱବଦ୍ୟାଳୟ । ମୋ ବିଶ୍ୱବିଦ୍ୟାଳୟ ଅଲଗା କୈାଣସି ଢାଞ୍ଚାରେ ରହିବ ନାହିଁ ବରଂ ମୋ କଲେଜ ବିଶ୍ୱବିଦ୍ୟାଳୟ ବୋଲି ସବୁଠାରେ ଉଲ୍ଲେଖ କରାଯିବ ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ ପରି ମୋ କଲେଜକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଏ ନେଇ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳତିଙ୍କ ସହ ଆଲୋଚନା କରିଛନ୍ତି । ଗତ ସପ୍ତାହରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଆଲୁମିନିୟମକୁ କ୍ରିୟାଶୀଳ କରିବା ପାଇଁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୧୫ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ କମିଟି, କଲେଜସ୍ତରୀୟ କମିଟି ଗଠନ କରିବାକୁ କୁହାଯାଇଛି। ୨୦୧୯ ନଭେମ୍ବର ମାସର ପ୍ରଥମ ସପ୍ତାହରେ ଶିକ୍ଷାନୁଷ୍ଠାନ ସହ ଯୋଡିବା ଲାଗି ମୋ କଲେଜ ଅଭିଯାନ ଆରମ୍ଭ ହୋଇଥିଲା । ଏବେ ଏହାକୁ କ୍ରିୟାଶୀଳ କରାଯାଇଛି ।
ମୋ କଲେଜ ଅଭିଯାନ ସଂଙ୍ଗଠନରେ ପୁର୍ବତନ ବିଧାୟକ ବିକାଶ ଦାସ ଅଧ୍ୟକ୍ଷ ଥିବା ବେଳେ ଉଚ୍ଚଶିକ୍ଷା ସଚିବ ଉପାଧ୍ୟକ୍ଷ ସଚିବ ଉପାଧ୍ୟକ୍ଷ , ମୋ କଲେଜ ଓଏସ୍ଡି ଶାନ୍ତନୁ ମହାନ୍ତି, ଅଫିସ୍ ମ୍ୟାନେଜର ହରିହର ବଡ଼ପଣ୍ଡା, ଅଫିସ୍ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ଉଦ୍ଗାତା, ମନୀଷା ଦାଶ, ପିପି ପ୍ରଧାନ ଏହାର ସଦସ୍ୟ ରହିଛନ୍ତି।
‘ମୋ ସ୍କୁଲ’ ଆପ୍ ପରି ମୋ କଲେଜ ଅଭିଯାନ ପାଇଁ ଏକ ସ୍ବତନ୍ତ୍ର ଆପ୍ ବିକାଶ କରାଯିବ। ଯେଉଁ ସଂସ୍ଥା ମୋ ସ୍କୁଲ ଆପ୍ କରିଛି ସେହି ମୋ କଲେଜ ଆପ୍ ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି। ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ପକ୍ଷରୁ ଖୁବ୍ଶୀଘ୍ର ଏକ ଆଲୁମିନି ୱେବସାଇଟ୍ ପ୍ରସ୍ତୁତ କରାଯାଉଛି।ଆସନ୍ତା ମାର୍ଚ୍ଚ ମାସରେ ବିଧିବଦ୍ଧ ଉନ୍ମୋଚନ ହେବ। ଏହି ୱେବସାଇଟ୍ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନ ସହ ନିଜେ ନିଜେ ପଞ୍ଜୀକୃତ ହୋଇପାରିବେ।