ବାଲିଗୁଡା(ଏଟିଆର ବ୍ୟୁରୋ):କନ୍ଧମାଳ ଜିଲ୍ଲା ଜଲେଶପଟା ଆଶ୍ରମର ସ୍ୱାମୀଜିଙ୍କୁ ଏକ ଅଜଣା ଫୋନ କଲ ନମ୍ବରରୁ ହତ୍ୟା ଧମକ ଆସିଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ସ୍ୱାମୀଜିଙ୍କୁ ହତ୍ୟା ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଆଜି ସକାଳ ଫୋନ କଲା ଆସିବା ପରେ ୪ ଦିନ ମଧ୍ୟରେ ତୁମକୁ ହତ୍ୟା କରାଯିବେ ସହ ଆଶ୍ରମକୁ ଉଡାଇ ଦିଆଯିବ ବୋଲି ହିନ୍ଦୀରେ କହିଥିଲେ । ସ୍ୱାମୀ ଜି କିଛି କହିବା ପୂୂର୍ବରୁ ଦୁର୍ବୃତ୍ତଜଣକ ଫୋନ କାଟିଦେଇଥିଲେ । ଏହା ପରେ ସ୍ୱାମିଜୀ ଓ ଆଶ୍ରମ କତ୍ତୃପକ୍ଷ ତୁମୁଡିବନ୍ଧ ଥାନାରେ ଏତଲା ଦେଇଥିଲେ ।
ପୁର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ହତ୍ୟା ଧମକପୁର୍ଣ୍ଣ ଚିଠି ଆସିଥିଲା । ଏବଂ ଏହାର ଗୋଟେ ଦିନ ପରେ ଦୃବୁର୍ତ୍ତ ଆଶ୍ରମ ମଧ୍ୟରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିଲେ ।
ଏହି ଘଟଣାପରେ ଆଜି ରାଜ୍ୟର ବିଜେପିର ଏକ ୭ଜଣିଆ ଟିମ ଜଲେଶପଟା ଗସ୍ତରେ ଯାଉଛନ୍ତି। ଏହି ଟିମରେ ୨ଜଣ ବିଧାୟକ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଅଛନ୍ତି। ସେହିପରି ସୁରମା ପାଢ଼ୀ, ବିରଞ୍ଜି ତ୍ରିପାଠୀ, ସତ୍ୟବ୍ରତ ପଣ୍ଡା, ଶିଶିର ମିଶ୍ର, କରେନ୍ଦ୍ର ମାଝୀ ପ୍ରମୁଖ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି।