ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାତିରେ ମିଳିବ ୫ ଟଙ୍କିଆ ଆହାର କେନ୍ଦ୍ର । ଆସନ୍ତା ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନାରେ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜାନୁଆରୀ ୨୬ରୁ ରାଜ୍ୟର ୧୦୮ଟି ପୌରାଞ୍ଚଳରେ ଆହର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ସେବା ଉପରେ ଆଲୋଚନା କରାଯାଇଥିଲା । ଏବେ ରାଜ୍ୟରେ ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ରହିଛି । ସେଥି ଭିତରୁ ୫୪ଟି ଆହାର କେନ୍ଦ୍ର ତାକ୍ତରଖାନା ନିକଟରେ ରହିଛି । ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଯେଉଁମାନେ ଚାହିଁବେ ନିଜ ଇଚ୍ଛାନୁଯାୟୀ ଆହାର କେନ୍ଦ୍ରକୁ ଦାନ କରିପାରିବେ । ଅନ୍ଲାଇନ ମାଧ୍ୟମରେ ଲୋକମାନେ ଦେଇଥିବା ଦାନକୁ ଗ୍ରହଣ କରାଯିବ । ଏହି ଦାନ ପାଇଁ ଆୟକର ରିହାତି ମଧ୍ୟ ମିଳିବ ।