ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଇତିହାସ ରଚିବାକୁ ଯାଉଛି ଏୟାର ଇଣ୍ଡିଆର ମହିଳା ପାଇଲଯ ଟିମ । ଦୁନିଆର ସବୁଠାରୁ ଲମ୍ବା ବିମାନ ରୁଟରେ ଉଡାଇବେ ପାଇଲଟ । ଏହି ଏୟାର ଇଣ୍ଡିଆ ମହିଳାଙ୍କ ନା ହେଉଛି ଜୋୟା ଅଗ୍ରୱାଲ । ଜୋୟା ଫ୍ରାନସିସ୍କୋରୁ ବିମାନ ଉଡାଇ ଆଜି ବେଙ୍ଗାଲୁରୁ ରେ ପହଞ୍ଚିବେ । ଏହି ଯାତ୍ରାରେ ମହିଳା ପାଇଲଟ ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରିବେ ବୋଲି କୁହାଯାଇଛି ।
ଉତ୍ତରମେରୁରେ ବିମାନ ଉଡାଇବା ସବୁଠାରୁ କଠିନ ହୋଇଥାଏ । ଏଥିପାଇଁ ଭରପୁର ଅଭିଜ୍ଞତା ଏବଂ କୈାଶଳର ଆବଶ୍ୟକତା ରହିଛି ।ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ପାଇଲଟ ଏଭଳି କାମ କରିଛନ୍ତି କିନ୍ତୁ ପ୍ରଥମଥର ପାଇଁ ମହିଳା ପାଇଲଟ ଏଭଳି କାମ କରିବାକୁ ଯାଉଛନ୍ତି ।
ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲ୍ ଏହାର ନେତୃତ୍ୱ ନେବେ। ସେ ଏବଂ ତାଙ୍କର ଟିମ୍ ଜାନୁଆରୀ ୯ ତାରିଖରେ ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି ବୋଲି ଜୋୟା କହିଛନ୍ତି ।ଜେୟାଙ୍କ ଉପରେ ବିଶ୍ୱାସ କରି ଏୟାର ଇଣ୍ଡିଆ କମ୍ପାନୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ।ଏନେଇ କ୍ୟାପ୍ଟେନ ଜୋୟା ଏକ ନିଦ୍ଧିଷ୍ଟ ଗଣମାଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଦିଜର ଖୁସି ବ୍ୟକ୍ତ କରିଛନ୍ତି ।