ଲକ୍ଷ୍ନୌ (ଏଟିଆର ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବମ୍ବେ ସ୍ଟକ ଏକ୍ସଚେଞ୍ଚରେ ଲକ୍ଷ୍ନୌ ନିଗମ ଚୁକ୍ତି ତାଲିକାବଦ୍ଧ ଆୟୋଜନ ହୋଇଥିବା ସମାରୋହରେ ଯୋଗ ଦେବେ ।ମଙ୍ଗଳବାର ଦିନ ମୁମ୍ବାଇ ଆସିବା ପରେ ସନ୍ଧ୍ୟାରେ ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ସହ ସାକ୍ଷାତକାର କରିଛନ୍ତି ।
ରାଜ୍ୟରେ ଫିଲ୍ମ ନିର୍ମାଣ ପାଇଁ ଅନେକ ସମ୍ଭାବନା ରହିଛି ଏବଂ ଦୃଷ୍ଟିଗତ ରାଜ୍ୟସରକାର ଫିଲ୍ମ ନୀତି ୨୦୧୮ ମାଧ୍ୟମରେ ଫିଲ୍ମ ନିର୍ମାଣକୁ ପ୍ରୋତ୍ସାହନ ଦେଉଛି । ରାଜ୍ୟରେ ଫିଲ୍ମ ସୁଟିଂ ହେଲେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଏବଂ ରାଜ୍ୟର କଳାକାରଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ସଯୋଗ ମିଳିବ । ଯୋଗୀ କହିଛନ୍ତି ଯେ ଅକ୍ଷୟ କୁମାର ନିଜ କଳାର ସଦୁପଯୋଗ କରି ‘ଟଏଲେଟ ଏକ ପ୍ରେମ କଥା’ ଭଳି ଫିଲ୍ମ ମାଧ୍ୟମରେ ସମାଜକୁ ସନ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଖୁବ ପ୍ରଶଂସା କରିଥିଲେ ଏବଂ ଫିଲ୍ମ ସିଟି ସ୍ଥାପନା ନିଷ୍ପତ୍ତିକୁ ନେଇ ଖୁସି ପ୍ରକାଶ କରିଥିଲେ। ଏକ ବୟାନ ଅନୁଯାୟୀ, ଲକ୍ଷ୍ନୌ ନଗର ନିଗମର ୨୦୦ କୋଟି ଚୁକ୍ତିକୁ ତାଲିକାଵଦ୍ଧ କରାଯାଉଛି ।