ସମ୍ବଲପୁର (ଏଟିଆର ବ୍ୟୁରୋ): ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ କମ ହେବା ଯୋଗୁଁ ସୋମବାର ଡ୍ୟାମ କର୍ତ୍ତୃପକ୍ଷ ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରିଛନ୍ତି ।
ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୩୩ ଫୁଟ୍ ରହିଥିଲା ବନ୍ୟା ଜଳ ଛାଡିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ରବିବାର ୬ଟି ଗେଟ୍ ଖୋଲିଥିଲେ ।
ରବିବାର ରାତି ୯ଟା ସୁଦ୍ଧା ବନ୍ୟା ଜଳର ଅନ୍ତପ୍ରବାହ ଏବଂ ବାହ୍ୟପ୍ରବାହ ୭୭.୧୨୬ କ୍ୟୁସେକ ଏବଂ ୧,୨୭,୯୫୦ କୁସେକ ରହିଥିଲା ।