ବ୍ରହ୍ମପୁର(ଏଟିିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କୁ ଦୃଷ୍ଟିରେ ରଖି ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ,ପର୍ଯ୍ୟଟନସ୍ଥଳୀ,ଗୋପାଳପୁର,ସୋନପୁର ବେଳାଭୂମି,ରାମଲିଙ୍ଗେଶ୍ୱର ମନ୍ଦିର ଓ ଜିଲ୍ଲାର ୬ସମସ୍ତ ପାର୍କ ବନ୍ଦ କରିଛି ପ୍ରଶାସନ ।
ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ କରାଯିବ ବୋଲି କୁହାଯାଇଛି । ଏହି ସମୟରେ ଜିଲ୍ଲାର ସଂପୃକ୍ତ ସ୍ଥାନଗୁଡିକ ସାନିଟାଇଜ କରାଯିବ । ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଇଁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଅପରପକ୍ଷରେ ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶୀ ବେହେରା ସାହିକୁ ସିଲ୍ କରିଛି ପ୍ରଶାସନ । ଏବଂ ଚତୁଃପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷୋଣା କରିଛି ।