ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ବଡଦିନ ପଡୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ । ତେବେ ୨୬ ତାରିଖ ଦିନ ସୂର୍ଯ୍ୟୋପରାଗ ପଡୁଥିବାରୁ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଥାଉ କି , ୨୬ ତାରିଖ ଦିନ ସକାଳେ ସମୟରେ ସୂର୍ଯ୍ୟାପରାଗ ହେବ । ଏହା ସକାଳ ୮ଟା ୨୦ ମିନିଟ ରୁ ଆରମ୍ଭ ହୋଇ ପୂର୍ବହ୍ନେ ୧୧ଟା ୨୮ ମିନିଟରେ ଶେଷ ହେବ । ଏହି ସୂର୍ଯ୍ୟାପରାଗ ଦକ୍ଷିଣ ଭାରତର କେତେକ ଯାଗାରେ ସମ୍ପୂର୍ଣ୍ଣ ଭାବେ ଦେଖାଯିବ । ଓଡିଶାରେ ଏହା ଆଂଶିକ ଭାବେ ଦେଖାଯିବ । ସକାଳ ୯ଟା ୪୬ ମିନିଟରେ ଏହି ପରାଗ ସର୍ବାଧିକ ଭାବେ ଦେଖାଯିବ । ସୂର୍ଯ୍ୟର ଆଲୋକ ମିଳନ ପଡିବା ସହ ଏହା ଅଧାଣ୍ଡିଆ ଦେଖାଯିବ ।