ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ୪ମାସ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ମନ୍ଦିର ବନ୍ଦ ରହିଥିବାବେଳେ ଆଜିଠୁ ଭୁବନେଶ୍ୱରରେ ସମସ୍ତ ମନ୍ଦିର ଖୋଲିଛି। କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଆସିଥିବା ପରେ ମନ୍ଦିର ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁସାରେ କେବଳ ଡବଲ ଡୋଜ ନେଇଥିବା ଭକ୍ତମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ତେବେ ଭୁବନେଶ୍ୱରରେ କରୋନା ସଂକ୍ରମଣର ହାର ବୃଦ୍ଧି ଥିବା କାରଣରୁ ମନ୍ଦିର ଖୋଲିବାରେ ବିଳମ୍ବ ହୋଇଥିଲା । ମନ୍ଦିର ଖୋଲିଥିବାବେଳେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ବିଏମସି ସୂଚନା ଦେଇଛି । ସଂକ୍ରମଣ ସ୍ଥିର ରହିବା ପରେ ଆଜିଠୁ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ବିଏମସି ।
ମନ୍ଦିର ଭିତର ଭିତରକୁ ଏକାଥରକେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ଅନୁମିତି ମିଳିଛି । ମନ୍ଦିର ଭିତରେ ୬ ଫୁଟର ଦୂରତା ରକ୍ଷା କରି ଭକ୍ତ ଦର୍ଶନ କରିବେ । ସେହିପରି ବରିଷ୍ଠ ନାଗରିକ, ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦିଆଯାଇଛି । ସବୁ ଧର୍ମନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ ର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଯେକେହି ଏହି ନିୟମକୁ ଉଲଘଂନ କରେ ତେବେ ତାଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।