ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟସଭା ପାଇଁ ଓଡିଶାର ଚାରଟି ଆସନ ଖାଲି ପଡିଥିବା ବେଳେ ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିଲେ । ସେପଟେ ରାଜ୍ୟସଭା ନିମନ୍ତେ ରାଜ୍ୟ ବିଜେପି କିମ୍ବା ରାଜ୍ୟ କଂଗ୍ରେସ ପକ୍ଷରୁ କେହି ନାମାଙ୍କନ ପତ୍ର ଭରି ନଥିଲେ । ତେବେ ଅନ୍ୟ କେହି ନାମାଙ୍କନ ପତ୍ର ନଭରିବାରୁ ବିଜେଡିର ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରାର୍ଥୀ ପ୍ରତ୍ୟାହାରର ତାରିଖ ଥିବା ବେଳେ ଅବଧି ସମୟ ସରିବା ପରେ ରାଜ୍ୟସଭାକୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ।
ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ରାଜ୍ୟସଭା ନିମନ୍ତେ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ପରେ ୪ଜଣ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଂ ଅଫିସର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃଜ୍ଞତା ଜ୍ଞାପନ କରିଛନ୍ତି ।