ମୁମ୍ବାଇ(ଏଟିଆର ବ୍ୟୁରୋ):କରୋନା ମହାମାରୀ ଓ ଲକଡାଉନ ସମୟରେ ଅନେକ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ୍ ।କେତେବେଳେ ପ୍ରବାସିଙ୍କୁ ନିଜ ଘରେ ପହଞ୍ଚାଇବା ତ କେତେବେଳେ ଅସହାୟଙ୍କୁ ସାହାର୍ଯ୍ୟ କରି ସେ ଦେଶର ରିୟଲ ହିରୋ ଆଖ୍ୟା ପାଇଛନ୍ତି ।
ତାଙ୍କର ଏହି ମହାନତା ପାଇଁ ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ମହାନ ଗୁଣ ପାଇଁ ତାଙ୍କ ନାଁରେ କେଇଁଠି ମନ୍ଦିର ତ କେଉଁଠି ଦେକାନ ଖୋଲାଯାଇଛି । କିନ୍ତୁ ଏବେ ତାଙ୍କ ନାଁରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା ।
ହାଇଦ୍ରାବାଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁ ରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଶିବା କିଛି ଦିନ ତଳେ ଏକ ଆମ୍ବୁଲାନ୍ସ କିଣିଥିଲେ ଓ ପରେ ସେ ସେନୁଙ୍କ କମରେ ପ୍ରେରିତ ହୋଇ ସେ ଏହି ଆମ୍ବୁଲାନ୍ସଟିର ନା ସୋନୁ ସୁଦଙ୍କ ନାଁ ରେ ଦେଇଥିଲେ । ସୋନୁ ସୁଦ ଏହି ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି ।
ସୋନୁ ସୁଦଙ୍କ ପରି ଶିବା ମଧ୍ୟ ଲୋକଙ୍କ ସେବା କରନ୍ତି । ଏବେ ସୁଦ୍ଧା ଶିବା ୧୦୦ ଜଣଙ୍କ ଜୀବନ ବଞ୍ଚାଇ ତାଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି । ଶିବାଙ୍କ ଏଭଳି କାମ ଦେଖି ସେଠାକାର ଲୋକମାନେ ଶିବାଙ୍କୁ ଟଙ୍କା ଦାନ କରୁଛନ୍ତି । ଏବଂ ସେହି ଟଙ୍କାରେ ଶିବା ଆମ୍ବୁଲାନ୍ସ କିଣି ତାର ନା ସୋନୁ ସୁଦ ଆମ୍ବୁଲାନ୍ସ ସେବା ରଖିଛନ୍ତି ।
ଉଦଘାଟନ ସମାରୋହରେ ସୋନୁ ଶିବାଙ୍କ କାମ ପାଇଁ ତାଙ୍କୁ ବହୁ ପ୍ରଶଂସା କରିଛନ୍ତି ଏବଂ ଏହି ଆମ୍ବୁଲାନ୍ସ ଉଦଘାଟନ କରିବା ପାଇଁ ଆସି ମଁ ବହୁ ଗର୍ବିତ ବୋଲି ସେ କହିଛନ୍ତି । ଏବଂ ସେ କହିଛନ୍ତି ଶିବାଙ୍କ ଭଳି ଲୋକଙ୍କର ଆବଶ୍ୟକତା ରହିଛି ଆମ ଦେଶକୁ ।