ବାରିପଦା (ଏଟିଆର ବ୍ୟୁରୋ): ମାଡ ଗୋଟେ ପି ତଳେ ପଡିଲା ନାହିଁ । ଆନ୍ଧାଧୂନିଆ ଭାବେ ମାରି ଚାଲିଥିଲେ ଲୋକେ । ଏହି ନିସ୍ତୁକ ମାଡରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ହୋଇଛନ୍ତି । ଏଥିରେ ଜଣେ ନୁହଁନ୍ତି ୬ ଜଣ ଅମ୍ବୁଲାନ୍ସ କର୍ମୀ ଥିବା ଜଣା ପଡିଛି । ଏଭଳି ଏକ ଘଟଣା ନଜରକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଉଦଳା-ବାରିପଦା ରାସ୍ତା ଚାଉଳିଆଶୋଳ ଛକରେ ।
ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସଟି ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡି ଫେରୁଥିବା ବେଳେ ରାସ୍ତାରେ ଏକ ଟ୍ରଲିକୁ ଧକ୍କା ଦେଇଥିଲା । ଘଟଣାରେ ଉପସ୍ଥିତ ଥିବା ଲୋକେ କିଛି ବୁଝିବା ଆଗରୁ ଆମ୍ବୁଲାନ୍ସକୁ ଅଟକାଇ ସେଥିରେ ଥିବା କର୍ମୀଙ୍କୁ ନିଧୁମ ଛେଚିଥିଲେ । ଏନେଇ ବାରିପଦା ହସ୍ପିଟାଲରେ ଖବର ପହଁଚିବା ପରେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ସେମାନଙ୍କୁ ନେବା ପାଇଁ ଘଟଣା ସ୍ଥଳରେ ପହଁଚି ଥିଲା । ମାତ୍ର ଅନ୍ୟ ଏକ ଆମ୍ବୁଲାନ୍ସରେ ଥିବା କର୍ମୀମାନେ ମଧ୍ୟ ଲୋକଙ୍କ ମାଡରୁ ବାଦ୍ ପଡିନଥିଲେ । ଏବେ ଆହତ କର୍ମୀମାନଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କାରିବା ସହ ଏନେଇ କୌଣସି ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ସୂଚନା ମିଳିଛି ।