ପୁରୀ ( ଏଟିଆର ବ୍ୟୁରୋ): ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାର ଆଜି ସମୀକ୍ଷା କରିବେ ଆକିମସକ୍ୟୁରୀ । ଗତକାଲି ଭୁବନେଶ୍ବରରେ ପହଞ୍ଚିଲେ ଆମିକସ କ୍ୟୁରି ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା । ଆଜି ଆକିମସ କ୍ୟୁରୀ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଗତକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସମେତ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିପାରନ୍ତି ଆକିମସ କ୍ୟୁରୀ । ଆଜି ଆକିମସନ କ୍ୟୁରୀ ସକାଳ ସାଢେ ୭ ଟା ସୁଦ୍ଧା ଶ୍ରୀ ମନ୍ଦିରରେ ପହଞ୍ଚି ସାରିଛନ୍ତି ।
ବେଢ଼ା ମଧ୍ୟକୁ ଯାଇ ଉଭୟ ରୋଷଘର ଚତୁର୍ପାଶ୍ୱରେ ବୁଲିବା ସହ ଭିତରର ସ୍ଥିତି ଦେଖିବା ପରେ ଚାହାଁଣି ମଣ୍ଡପରୁ ଏମାର ମଠର ଭଗ୍ନାଂଶ ଓ ପାରିପାର୍ଶ୍ୱିକ ସ୍ଥତି ଅନୁଧ୍ୟାନ କରିଛନ୍ତି। ସୂଚିନାଯୋଗ୍ୟ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଏକ ଅନୁଷ୍ଠାନ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସେତେବେଳେ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିବା ସହିତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ନିର୍ଦେଶ ଦେଇଥିଲେ । ତେବେ ସୁପ୍ରିକୋର୍ଟ ଆକିମସ କ୍ୟୁରୀ ସମୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ ।