ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହା ମୟୁରଭଞ୍ଜ ମୋରଡାରେ ଭୋଟରଙ୍କୁ ପ୍ରତିଶୃତିରେ ପୋତି ପକାଇଛନ୍ତି । ମୋରଡାରେ ବିଜେପି ବିଜୟ ସକଳ୍ପ ସମାବେଶରେ ଯୋଗଦେଇ ଅମିତ ସିଧା ନବୀନଙ୍କୁ ଟାର୍ଗେଟ କରିବା ସହିତ ବିଜେପି ସରକାରରେ ଆସିଲେ କେଜିରୁ ପିଜି ସବୁ ମାଗଣା କରାଯିବ ବୋଲି ଘୋଷଣା କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାରକୁ ଆସିଲେ ପ୍ରତ୍ୟକ ପରିବାରରୁ ଜଣଙ୍କୁ ଚାକିରି, ବର୍ଷକ ମଧ୍ୟରେ ସବୁ ଆଦିବାସୀଙ୍କୁ ଜମି ପଟ୍ଟା, କେନ୍ଦୁପତ୍ରରେ ଜିଏସଟି ଛାଡ କରାଯିବ, ଆୟୁଷଷ୍ମାନ ଜୋଜନାରେ ସମସ୍ତଙ୍କୁ ସାମିଲ କରାଯିବ ବୋଲି ଶାହା ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରି ପଛ କଥାକୁ ପୁଣି ଦୋହରାଇ କହିଛନ୍ତି ଯେ ରାଜ୍ୟସରକାରଙ୍କୁ ହଟେଇବାକୁ ପଡିବ । ଯୋଉ ବ୍ୟକ୍ତି ଓଡିଆରେ କଥା କହି ପାରୁନାହାନ୍ତି ସେ ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ । ଓଡିଶାରେ ମୋଦି ଲହର ଦେଖି ଶାସନ ଚଲାଉଥିବା ବାବୁଙ୍କ ଆଖିରୁ ନିଦ ହଜିଯାଇଛି ।
ନବୀନବାବୁ ଓଡିଶାର ଶାନ୍ତି ଭଙ୍ଗ କରିଛନ୍ତି ବିଜେପିର ୨୦ ଜଣ କର୍ମକତ୍ତାଙ୍କ ଉପରେ ହମଲା କରାଗଲାଣି ବୋଲି ସଭାରେ ଉଦଭୋଧନ ଦେଇ ସେ କହିଛନ୍ତି । ସାରା ଦେଶ ଏବେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ କରିସାରିଛି । ମୁଁ ସାରା ଭାରତ ଯୁଆଡେ ଯାଉଛି ଖାଲି ମୋଦି ମୋଦି ବୋଲି ଶୁଣିବାକୁ ପାଉଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ସଭାରେ ବିଜେପିର ମୟୁରଭଞ୍ଜର ଲୋକସଭା ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡୁ, ଦଳର ବିଧାୟକ ପ୍ରାର୍ଥୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାରେ ଉପସ୍ଥିତ ଥିଲେ ।