ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ମେଗାଷ୍ଟାର ବିଗ ବି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥ୍ୟାରେ ସମସ୍ୟା ଦେଖାଦେବାରୁ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅମିତାଭ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିବାରୁ ସେ ଆଉ ବ୍ଲକ ଲେଖିପାରିବେ ନାହିଁ ।
ଫେବ୍ରୁଆରୀ ୨୭ ତାରିଖ ରାତ୍ରି ୧୦ ଟା ୧୬ ରେ ସେ ନିଜ ବ୍ଲକରେ ଲେଖିଥିଲେ ଯେ ‘ମେଡିକାଲ ଅବସ୍ଥା’ , ‘ଅସ୍ତ୍ରୋପଚାର’ , ମୁଁ ଆଉ ଲେଖିପାରିବି ନାହିଁ ବୋଲି ସେ ଲେଖିଛନ୍ତି । ଏହା ସହ ଅମିତାଭ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି ।
ଏହି ଅସ୍ତ୍ରୋପଚାର କେବେ ହେବ , ଏବଠ କେଉଁଠାରେ ହେବ ଏ ପେଇ କୈାଣସି ସୂଚନା ଦିଆଯାଇ ନାହିଁ । ଏହି ସମୟରେ ତାଙ୍କ ପ୍ରଶଂସକମାନେ ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବହୁ ଚିନ୍ତାରେ ଅଛନ୍ତି । ଏବଂ ଭଗବାନଙ୍କ ଠାରୁ ଆର୍ଶୀବାଦ ମାଗୁଛନ୍ତି ।