ପାରାଦୀପ (ଏଟିଆର ବ୍ୟୁରୋ): ଖାକି ପୋଷାକ ବଦଳରେ ସାଧା ପୋଷାକ ପିନ୍ଧି ୱାରେଣ୍ଟି ଧରିବାକୁ ବାହାରିଥିଲେ ପୋଲିସ୍ ଟିମ୍ । ହେଲେ ସେମାନେ ଜାଣିନଥିଲେ ଯେ ୱାରେଣ୍ଟି ଧରିବା ବଦଳରେ ନିଜେ ଅଭିଯୁକ୍ତ ହୋଇଯିବେ । ସିଧା କହିବାକୁ ଗଲେ ମହଙ୍ଗା ପଡିଲା ସାଧା ପୋଷାକ । ପାରାଦୀପଗଡରେ ଏଭଳି ଘଟଣା ଆନ୍ଧ୍ରପୋଲିସଙ୍କୁ ସାମ୍ନା କରିବାକୁ ପଡିଛି ।
ଖବରମୁତାବକ, ଚେକ୍ ବାଉନ୍ସ ମାମଲରେ ୱାରେଣ୍ଟି ଧରିବାକୁ ପାରାଦୀପ ଆସିଥିଲେ ଆନ୍ଧ୍ରରୁ ଏକ ପାଞ୍ଚ ଜଣିଆ ପୋଲିସ୍ ଟିମ୍ । ହେଲେ ସେମାନଙ୍କୁ ଏଠି ହଟହଟା ହେବାକୁ ପଡିଛି । ସାଧାପୋଷାକରେ ଗାଁରେ ପସିବାରୁ ଗାଁ ଲୋକେ ତାଙ୍କୁ ଚିହ୍ନି ନପାରି ପୋଲିସ ଜିମାରେ ଦେବା ସହ ୱାରେଣ୍ଟି ପରିବାରରେ ଥିବା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେମାନଙ୍କ ନାଁରେ ଥାନାରେ ଏତଲା ହୋଇଛି । ଅନ୍ୟପଟେ ଏହାର ପାଲଟା ଏତଲା ଦେଇଛି ପୋଲିସ ଟିମ୍ ।