ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଆଜି ପୁଣି ରାଜ୍ୟରେ ଆଉ ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
The total recovered cases of #Odisha now stand at 1245.
— H & FW Dept Odisha (@HFWOdisha) June 1, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୧୯ ଜଣଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରର ରହିଛନ୍ତି । ସେହିଅନୁଯାୟୀ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୬୦ ଜଣ, କଟକରୁ ୧୩ ଜଣ, କେନ୍ଦ୍ରପଡାରୁ ୧୨ ଜଣ, ଗଜପତିରୁ ୯ ଜଣ, ନୟାଗଡରୁ ୬ ଜଣ, ସୁନ୍ଦରଗଡରୁ ୫ ଜଣ । ସେହିପରି ବଲେଶ୍ୱର, ପୁରୀ, ଖୋର୍ଦ୍ଧାରୁ ୩ ଜଣ ଲେଖାଁଏ ଏବଂ ଗଞ୍ଜାମ, ବଲାଙ୍ଗିରରୁ ୨ ଜଣ ଲେଖାଁଏ ରହିଥିବା ବେଳେ ସମ୍ବଲପୁରରୁ ଜଣେ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୫ କୁ ଛୁଇଁଛି ।