ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଜି ପୁଣି ରାଜ୍ୟରେ ଆଉ ୧୨୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
2 each from Dhenkanal, Puri and Rayagada
1 each from Kendrapara and KalahandiThe total recovered cases of #Odisha now stand at 2594.
— H & FW Dept Odisha (@HFWOdisha) June 13, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୩ ଜଣ, ଗଜପତିରୁ ୧୮ ଜଣ, ସୋନପୁରରୁ ୧୩ ଜଣ, ବାଲେଶ୍ୱରରୁ ୧୨ ଜଣ, ବଲାଙ୍ଗିରରୁ ୮ ଜଣ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୭ ଜଣ, କଟକରୁ ୪ ଜଣ, ଯାଜପୁରରୁ ୩ ଜଣ, ନୟାଗଡରୁ ୩ ଜଣ, ନୂଆପଡାରୁ ୩ ଜଣ, ଢେଙ୍କାନାଳରୁ ୨ ଜଣ, ପୁରୀରୁ ୨ ଜଣ, ରାୟଗଡାରୁ ୨ ଜଣ, କେନ୍ଦ୍ରପଡା ଓ କଳାହାଣ୍ଡିରୁ ଜଣେ ଲେଖାଁଏ ରହିଛନ୍ତି ।
ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୨୫୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।