ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଜି ପୁଣି ରାଜ୍ୟରେ ୧୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଆଜି ନୂତନ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୬୦୪ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Very happy to share that today we have a record number of #COVID19 recoveries in the State, with 123 Covid patients being discharged.
The total recovered cases of Odisha now stand at 1604.
— H & FW Dept Odisha (@HFWOdisha) June 5, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସେମାନଙ୍କ ଭିତରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଅଛନ୍ତି, ସେହିଭଳି ବାଲେଶ୍ୱର, ଢେଙ୍କାନାଳ ଓ ନୟାଗଡ଼ରୁ ୩ଜଣ ଲେଖାଏ ଏବଂ ଅନୁଗୁଳ, ମୟୁରଭଞ୍ଜ, ସୁନ୍ଦରଗଡରୁ ଜଣେ ଲେଖାଁଏ ରହିଛନ୍ତି ।
3 each from Balasore, Dhenkanal and Nayagarh and
1 each from Angul, Mayurbhanj & Sundargarh.— H & FW Dept Odisha (@HFWOdisha) June 5, 2020
ରାଜ୍ୟରେ ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବି ବଢିଚାଲିଛି ।