ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରୁ ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରଭେଲ ହିଷ୍ଟ୍ରି ବିଷୟରେ
• ଆଜି ଖଣ୍ଟଗିରି ସରଧାପଲ୍ଲୀ ବସ୍ତିରୁ ଜଣେ ୨୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଯାଜପୁରରୁ ଫେରିଥିଲେ ।
• ସେହିପରି ପୁରୁଣା ଭୁବନେଶ୍ୱର ଭିମଟାଙ୍ଗୀ ରୋଡ ନିକଟରୁ ଜଣେ ୩୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ କଟକରୁ ଫେରିଥିଲେ ।
• ସେହିଭଲି ସାଲିଆ ସାହିରେ ରହୁଥିବା ଜଣେ ୫୫ ବର୍ଷୀୟ ରେଲୱେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ଯାଜପୁରରୁ ଫେରିଥିଲେ ।
• ସେହିପରି ନିଳାଦ୍ରିବିହାର ନିକଟରୁ ଜଣେ ୫୭ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ତାଙ୍କ ପରିବାରରୁ ଜଣେ ଆସାମରୁ ଫେରିଛନ୍ତି ।
• ସେହିଭଲି ଜୟଦେବ ବିହାରରୁ ଜଣେ ୧୮ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି ।
• ସେହିଭଲି ଟଙ୍କପାଣି ରୋଡ ନିକଟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ବୟସ ୨୪ ଓ ୩୨ ଓ ଜଣେ ୨୮ ବର୍ଷୀୟ ମହିଳା ଅଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ । ଏମାନେ ହୋମ୍ କ୍ୱରାଣ୍ଟାଇନରେ ରହିଥିଲେ ।
• ସେହିଭଲି ଟଙ୍କପାଣିୁ ରୋଡ ବିଜୟ ଲକ୍ଷ୍ମୀ କଲୋନୀରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୩୦ ବର୍ଷୀୟ ମହିଳା ରହିଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି ହେମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିପରି ନୂଆଗାଁରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୩୦ ଓ୩୨ ବର୍ଷୀୟ ଦୁଇ ଜଣ ପୁରୁଷ ରହିଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେମାନେ ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ୟୁନିଟ-୧ ଅଞ୍ଚଳରୁ ଜଣେ ୨୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ବଙ୍ଗାଳୁରୁରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ ୨୦୧ ଜଣ ସୁସ୍ଥ ହୋଇଛନ୍ତି ।