ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ରାଜାଧାନୀରେ ବଢିଚାଲିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ କ୍ୱାରାଣ୍ଟାଇନ ସେଣ୍ଟରୁ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ବାସିନ୍ଦା ଓ ୨ ଜଣ କୋରନା ଯୋଦ୍ଧା । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ୪୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବିଷୟରେ
• ଆଜି ଜୟଦେବ ବିହାର ନିକଟରୁ ଜଣେ ୨୬ ବର୍ଷିୟ ପୁରୁଷ କୋରନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନ ରେ ଥିଲେ ।
• ସେହିପରି ପଟିଆରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୬୫ ବର୍ଷିୟ ମହିଳା ଥିଲା ବେଳେ ଜଣେ ୩ ବର୍ଷିୟ ଶିଶୁ ଅଛନ୍ତି । । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନ ରେ ଥିଲେ ।
• ସେହିଭଲି ଚନ୍ଦ୍ରଶେଖରପୁରରୁ ଜଣେ ୨୨ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନ ରେ ଥିଲେ ।
• ସେହିପରି ୟୁନିଟ୍ ୪ ସ୍ଥିତ ଜଣେ ୩୨ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନ ରେ ଥିଲେ ।
• ସେହିଭଲି ଡୁମ୍ଡୁମା ରଘୁନାଥ୍ ନଗର ବସ୍ତିରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷିୟ ମହିଳା ଥିଲାବେଳେ ଜଣେ ୩୦ ବର୍ଷିୟ ପୁରୁଷ ଅଛନ୍ତି । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିବାର ଜଣାପଡିଛି ।
• ସେହିପରି ପଟିଆ ଗାଁରୁ ଜଣେ ୬୩ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିବାର ଜଣାପଡିଛି ।
• ସେହିଭଲି ବିଜେବି ନଗରରୁ ଜଣେ ୨୩ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
• ସେହିପରି ଅନ୍ଧାରଆ ଦାସପୁରରୁ ଜଣେ ୪୦ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।
• ସେହିପରି ସଟାବଡି ନଗରରୁ ଜଣେ ୨୯ ବର୍ଷୀୟ ମହିଲା ଆକ୍ରାନ୍ତ ହୋଇଛନ୍ତି ।
• ସେହିଭଲି ଏକା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୩୨ ବର୍ଷୀୟ ମହିଳା ସଂକ୍ରାମିତ ହୋଇଛନ୍ତି ।
• ସେହିପରି ଚକୋଇସିଆଣିରୁ ଜଣେ ୬୭ ବର୍ଷୀୟ ପୁରୁଷ ସଂକ୍ରାମିତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଆସିଥିବାର ଜଣାପଡିଛି ।
• ସେହିଭଲି ସରକାରୀ ମେଡିକାଲରର ଦୁଇ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଉଭୟ ପୁରୁଷ ହୋଇଥିବା ବେଳେ ସେମାନଙ୍କର ବୟସ ୨୨ ଓ ୨୬ ବର୍ଷ ।
• ସେହିପରି ଦୁଇ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଉଭୟ ପୁରୁଷ ହୋଇଥିବା ବେଳେ ସେମାନଙ୍କର ବୟସ ୨୬ ଓ ୩୫ ବର୍ଷ । ଉଭୟ କୋଭିଡ ହସ୍ପିଟାଲର କର୍ମଚାରୀ ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ଆଜି ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୭୪ ଜଣ ସୁସ୍ଥ ହୋଇ ଥିବା ବେଳେ ୧୬୯ ଟି ସକ୍ରିୟ କେସ୍ ରହିଛି । ସେହିଭଲି ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସେହିଭଲି