ଭୁବନେଶ୍ୱର(ଏଟିଆର ନ୍ୟୁଜ): ରାଜ୍ୟରେ ଦିନକୁ ଦିନ କରୋନା ଭୟଙ୍କର ରୂପ ନେଉଛି । ପୁଣି ଆଜି ଦୁଇଟି ମୁଣ୍ଡ ନେଇଛି ମହାମାରୀ କରୋନା । ଏହାକୁ ମିଶାି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ୨ ମୃତକ ଗଞ୍ଜାମ ଏବଂ ଅନୁଗୋଳ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ବୟସ ଯଥାକ୍ରମେ ୪୯ ବର୍ଷ ଓ ୫୭ ବର୍ଷ ବୋଲି ସୂଚନା ରହିଛି । ଦୁଇ ମୃତକ ପୁରୁଷ ବୋଲି ଜଣାପଡିଛି ।
Regret to inform the deaths of two Covid positive patients, 49 years old male of Ganjam district and 57 years old male of Angul district, while under treatment in hospital.
— H & FW Dept Odisha (@HFWOdisha) July 2, 2020
ସୂଚନା ଯୋଗ୍ୟ ଆଜି ରାଜ୍ୟରୁ ୨୨୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି ପାଇଛି । ସେଥିରୁ ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୧୫୪ ଜଣ ଚିକିତ୍ସିତ ହେଉଛନ୍ତି ।