ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟାଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ୪୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮ ଝଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ୪୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ
• ଆଜି ମଞ୍ଚେଶ୍ୱର ଅଞ୍ଚଳରେ ଥିବା ପ୍ରତିଦିନ ନ୍ୟୁଜ ଅଫିସ ନିକଟରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମାନେ ସବୁ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯାଥାକ୍ରମେ ୨୫, ୩୨, ୨୫, ୨୫, ୪୦, ୨୭, ୨୯, ୬୦ ଓ ୩୭ । ଏମାନେ ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ସେହିପରି ନୂଆଗାଁରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ବୟସ ଯଥାକ୍ରମେ ୩୬, ୨୩, ୩୪, ୨୪, ୨୧ ବର୍ଷ ହୋଇଥିବା ବେଳେ ଜଣେ ୫୩ ବର୍ଷୀୟ ମହିଳା ରହିଛନ୍ତି । ଏମାନେ ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନରେ ରହିଥିଲେ ।
• ସେହିଭଲି ଏକ ଘରୋଇ ହସ୍ପିଟାଲରୁ ୩ ଜଣ ମହିଳା କର୍ମଚାରୀ ବୟସ ଯଥାକ୍ରମେ ୨୨, ୨୪ ଓ ୨୨ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏମାନେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଚନ୍ଦ୍ରଶେଖରପୁରରୁ ଜଣେ ୨୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ଆଇଗେଣିଆରୁ ଜଣେ ୨୬ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ସତ୍ୟନଗରରୁ ଜଣେ ୨୨ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ମଞ୍ଚେଶ୍ୱର କଳିଙ୍ଗ ବେକରି ନିକଟରୁ ୩ ଜଣ ପୁରୁଷ ବୟସ ଯଥାକ୍ରମେ ୨୭, ୩୦, ୨୮ ବର୍ଷ ଆକ୍ରାନ୍ତ ହୋଇଛନ୍ତି । ଏମାନେ କ୍ୱରାଣ୍ଟାଇନରେ ଥିଲେ ।
• ସେହିଭଲି ସହିଦ ନଗରରୁ ଜଣେ ୪୬ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ଭରତପୁରରୁ ଜଣେ ୨୭ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ହଂସପାଳ ନିକଟରୁ ଜଣେ ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛିନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ଚକେଇସିଆଣିରୁ ଜଣେ ୫୦ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଲକ୍ଷ୍ମୀସାଗରରୁ ଜଣେ ୨୧ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ବାଙ୍ଗାଲୁରୁରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ୟୁନିଟ -୪ରୁ ଜଣେ ୩୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ପଶ୍ଚିମବଙ୍ଗରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଅଶୋକ ନଗରରୁ ଜଣେ ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ବରମୁଣ୍ଡାରୁ ଜଣେ ୨୧ ବର୍ଷୀୟ ପୁରୁଷ ସଂକ୍ରାମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ପୁରୁଣା ଭୁବନେଶ୍ୱରରୁ ଜଣେ ୩୨ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଏକ ସରକାରୀ ମେଡିକାଲରୁ ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ବୟସ ଯଥାକ୍ରମେ ୨୭, ୩୮ ଓ ୩୦ ବର୍ଷ ହୋଇଥିବା ବେଳେ ଜଣେ ୨୮ ବର୍ଷୀୟ ମହିଳା ରହିଛନ୍ତି । ଏମାନେ କ୍ୱାରାଣ୍ଟାଇରେ ରହିଥିଲେ ।
• ସେହିଭଲି ବରମୁଣ୍ଡାରୁ ଜଣେ ୪୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ ।
• କେଦାର ଗୌରୀରୁ ଜଣେ ୫୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
• ସାଲିଆ ସାହିରୁ ଜଣେ ୨୭ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।
• ସହିଭଲି ଖଣ୍ଡିଗିରିରୁ ଜଣେ ୨୯ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛିନ୍ତ ।ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ ।
• ଡୁମୁଡୁମା ସୁବାଷ ବସ୍ତିରୁ ଜଣେ ୩୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
• ସହିଭଲି ପୁରୁଣା ଭୁବନେଶ୍ୱରରୁ ଜଣେ ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
• ସହିଭଲି ୟୁନିଟ -୪ ଏମଏଲଏ କଲୋନୀରୁ ଜଣେ ୭୨ ବର୍ଷୀୟ ବୃଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି ।
• ସହିଭଲି ଚନ୍ଦ୍ରଶେଖରପୁରରୁ ଜଣେ ୫୫ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୬୦ଟି ସକ୍ରିୟ କେସ୍ ରହିଛି ।