ସମ୍ବଲପୁର (ଏଟିଆର ବ୍ୟୁରୋ): ସହରରେ ସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଏବେ ପୁଣି ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି ରହିଛି । ବ୍ୟବହାର ହେବନି ସୋସିଆଲ ମିଡିଆ ।
ଅନ୍ୟପଟେ ସମ୍ବଲପୁରରେ ଦିନ କର୍ଫ୍ୟୁ ରେ କୋହଳ ହୋଇଛି । ସକାଳ ୬ରୁ ସଂଧ୍ୟା ୬ କର୍ଫ୍ୟୁ କୋହଳ ଥିବା ବେଳେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ ବଳବତ୍ତର ରହିଛି ।