ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଆଜି ପୁଣି ଆଉ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Another 53 #Covid19 patients have recovered and are being discharged.
30 are from Ganjam,
18 from Jajpur,
3 from Khordha and
2 from Keonjhar.The total recovered cases of #Odisha now stand at 550.
— H & FW Dept Odisha (@HFWOdisha) May 24, 2020
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ଗଞ୍ଜାମରୁ, ୧୮ ଜଣ ଯାଜପୁରରୁ, ୩ ଜଣ ଖୋର୍ଦ୍ଧାରୁ ଏବଂ ୨ ଜଣ କେନ୍ଦୁଝରରୁ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୫୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।