ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା । ଗତ କିଛି ଦିନ ହେବ ଲଗାତାର ଭାବେ ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୯୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ
• ଆଜି ଡୁମୁଡୁମା ଫେଜ-୧ରୁ ଜଣେ ୨୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ବାଙ୍ଗଲୁରୁରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ନୟାପଲ୍ଲୀ ଆଇଆରସି ଭିଲେଜରୁ ଜରେ ୪୧ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ କଲିକତାରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ବାପୁଜୀ ନଗରରୁ ଜଣେ ୩୮ ବର୍ଷୀୟ ପୁରୁଷ ପଜେଟିଭ ଚିହ୍ନଟ ହୋଇଛନ୍ତି । ନିକଟରେ ସେ କଲିକତାରୁ ଫେରି ହୋମ୍ କ୍ୱାରାଣ୍ଟାଇରେ ଥିଲେ ।
• ସେହିଭଲି ଏକ ଘରୋଇ ହସ୍ପିଟାଲରୁ ଜଣେ ୨୪ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ ।
• ସେହିପରି ଟଙ୍କପାଣି ରେଡ ରାଜାରାଣୀ ମନ୍ଦିର ନିକଟରୁ ଜଷର ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ସେହିଭଲି ଫରେଷ୍ଟ ପାର୍କ ନିକଟରୁ ଜଣେ ୩୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୧୨୨ସକ୍ରିୟ କେସ୍ ରହିଛି । ସେହିଭଲି ୪ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ହଜାର ୬୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ହଜାର ୬୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୦ଟି ସକ୍ରିୟ କେସ୍ ରହିଛି ।